ଶ୍ରୀଚୈତନ୍ୟ ଚରିତାମୃତ ଆଦିଲୀଳା (ଦ୍ୱିତୀୟ ଖଣ୍ଡ) (Sri Chaitanya Charitamrita Aadi lila Khanda 2)
Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
Description
ଶ୍ରୀଚୈତନ୍ୟ ଚରିତାମୃତ ହେଉଛି ଶ୍ରୀକୃଷ୍ଣ ଚୈତନ୍ୟଙ୍କର ଜୀବନୀ ଏବଂ ଶିକ୍ଷା ସମ୍ୱନ୍ଧୀୟ ଶ୍ରେଷ୍ଠ ପ୍ରାମାଣିକ ଗ୍ରନ୍ଥ । ସେ ଥିଲେ ଷୋଡ଼ଶ ଶତାବ୍ଦୀରେ ଭାରତର ଆଧ୍ୟାତ୍ମିକ ଆନ୍ଦୋଳନର ପ୍ରମୁଖ ପୁରୋଧା, ମହାପ୍ରାଜ୍ଞ୍ୟ, ସଂସାର ବୈରାଗୀ, ଆଧ୍ୟାତ୍ମିକ ଗୁରୁ ଓ ରହସ୍ୟମୟ ଦିବ୍ୟ ଅବତାର ପୁରୁଷ । ତାଙ୍କର ସମୁଚ୍ଚ ଦାର୍ଶନିକ ତତ୍ତ୍ୱ ଓ ବ୍ରହ୍ମତତ୍ତ୍ୱ ସମ୍ୱଳିତ ଉପଦେଶାବଳୀ ଆଜି ପର୍ଯ୍ୟନ୍ତ ଅଗଣିତ ଦାର୍ଶନିକ ଓ ଆଧ୍ୟାତ୍ମିକ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ପ୍ରଭାବିତ କରିଆସୁଛି। ତାଙ୍କର କୃପାପାତ୍ର, ଲବ୍ଧ ପ୍ରତିଷ୍ଠା ଜ୍ଞାନୀ, ଗୁରୁ ଏବଂ ଭାରତୀୟ ସଂସ୍କୃତି ଓ ପରମ୍ପରାର ପ୍ରଶିକ୍ଷକ ଶ୍ରୀ ଏ.ସି. ଭକ୍ତିବେଦାନ୍ତ ପ୍ରଭୁପାଦଙ୍କ (ଚିତ୍ରପଟ୍ଟ ଉପରେ ପ୍ରଦର୍ଶିତ) ଦ୍ଵାରା ଏହା ଟୀକା ସହ ବଙ୍ଗୀୟ ଭାଷାର ମୂଳଗ୍ରନ୍ଥରୁ ଅନୁବାଦିତ ହୋଇଅଛି । ସେ ଯେଉଁ ଶ୍ରୀମଦ୍ ଭଗବତ ଗୀତା ରଚନା କରିଛନ୍ତି ତାହା ବହୁଜନ ସମାଦୃତ ହୋଇପାରିଛି । ଶ୍ରୀଚୈତନ୍ୟ ଚରିତାମୃତ ର ଏହି ଅନୁବାଦ ସମସାମୟିକ ବ୍ୟକ୍ତିମାନଙ୍କର ବୌଦ୍ଧିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ପାଇଁ ଏକ ଗୁରୁପୂର୍ଣ୍ଣ ଭୂମିକା ଗ୍ରହଣ କରେ ।
Sample Audio