This Portal is Connected to Production Database.

Odia Language Pack
Thumbnail Image of ନାରଦ ଭକ୍ତି ସୂତ୍ର - ଦିବ୍ୟପ୍ରେମର ଗୁପ୍ତ ରହସ୍ୟ

ନାରଦ ଭକ୍ତି ସୂତ୍ର - ଦିବ୍ୟପ୍ରେମର ଗୁପ୍ତ ରହସ୍ୟ (Narada Bhakti Sutra-Divya Premara Gupta Rohashya)

Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

Description

ଅସୀମ ଆନନ୍ଦ.... ନାରଦ ଭକ୍ତି ସୂତ୍ରରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି କୃଷ୍ଣଚେତନଶୀଳ ହେବାପାଇଁ ତତ୍ପରଶୀଳ ଓ ପରମପୁରୁଷ ଭଗବାନ୍ ଶ୍ରୀକୃଷ୍ଣଙ୍କୁ ବୁଝିବାପାଇଁ ଅଭିଳାଷିତ, କୃଷ୍ଣଙ୍କ କୃପାରୁ ତାଙ୍କର ଇଚ୍ଛା ଅଚିରାତ୍ ପୂର୍ଣ୍ଣ ହୁଏ । ନାରଦ ଭକ୍ତି ସୂତ୍ରର ସଂକ୍ଷିପ୍ତତା ଓ ସାର୍ବଜନୀନତା ଏବଂ ଭଗବାନ୍ କୃଷ୍ଣଙ୍କ ଠାରେ ସଂପୂର୍ଣ୍ଣ ଶରଣାଗତିର ଶିକ୍ଷା ଏକ ସ୍ୱତନ୍ତ୍ର ଆକର୍ଷଣ । ଏହାର ସୂତ୍ର ଗୁଡ଼ିକ ବଳିଷ୍ଠ ଓ ସହଜରେ ବୋଧଗମ୍ୟ ଏବଂ ଦୃଢ଼ତାର ସହ ଭକ୍ତିମାର୍ଗର ପ୍ରସଙ୍ଗ ଉପରେ ଆଲୋଚିତ ବସ୍ତୁ ଅଟେ । ଏହି ଗ୍ରନ୍ଥର କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ.ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କର ପ୍ରତି ସୂତ୍ର ଉପରେ ଭାବାର୍ଥ ପ୍ରକାଶିତ ହୋଇଛି ଯାହା ସାରା ବିଶ୍ୱର ଅଧ୍ୟାତ୍ମ ବିଦ୍ୟାର ପାଠକ ଓ ନେତୃ ସ୍ଥାନୀୟ ବ୍ୟକ୍ତିମାନଙ୍କ ଦ୍ଵାରା ପ୍ରଶଂସିତ । ଏହା ଭାରତୀୟ ଦର୍ଶନ ଶାସ୍ତ୍ର ଓ ସଂସ୍କୃତିର ଦୃଢ଼ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ । ଏହାର ଷୋକ୍ତ ଭାଗରୁ କିଛି ଅଂଶ ଶ୍ରୀଳ ପ୍ରଭୁପାଦଙ୍କର ବରିଷ୍ଠ ଶିଷ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ଶ୍ରୀ ଶ୍ରୀମଦ୍ ସତ୍ସ୍ୱରୂପ ଦାସ ଗୋସ୍ୱାମୀଙ୍କ ଦ୍ଵାରା ବର୍ଣ୍ଣିତ ହୋଇଛି, ଯେକି ଭକ୍ତିଯୋଗ ଉପରେ ୨୪ରୁ ଅଧିକ ପୁସ୍ତକ ରଚନା କରିଛନ୍ତି ।

Sample Audio

Copyright © 1972, 2022 BHAKTIVEDANTA BOOK TRUST (E 5032)